ପାଣ୍ଡିଆନଙ୍କୁ ନେଇ ପ୍ରଦୀପଙ୍କ ବ଼ଡ଼ ବୟାନ
by Argus News
Sat, Jun 15 | 7:23 p.m.

ଅର୍ଗସ ବ୍ୟୁରୋ : ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା...ପାଣ୍ଡିଆନଙ୍କୁ ନେଇ ରୋକଠୋକ ବରଗଡ ସାଂସଦ ପ୍ରଦୀପ କହିଲେ ଯେଉଁମାନେ ଦୁର୍ନୀତି କରିଛନ୍ତି, ରାଜକୋଷ ଲୁଟ୍‌ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗରିବ ଓ ଖଟିଖିଆ ଲୋକ ଟିକସ ଦେବେ, ଅଫିସରମାନେ ସେ ଟଙ୍କାରେ ଅୟସ କରିବେ । ବିଜେପି ସରକାରରେ ତାହା ଚଳିବ ନାହିଁ । ବିଜେଡିର ତଥାକଥିତ ଦ୍ୱିତୀୟ କ୍ଷମତା ଭି.କେ ପାଣ୍ଡିଆନ୍‌ ସନ୍ନ୍ୟାସ ନେଇପାରିବେ ନାହିଁ । ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ । ତାଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଆଜି ଏପରି କହିଛନ୍ତି ଚାଷୀ ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବରଗଡ଼ ଅତାବିରାରେ ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ସଭାରେ ସାମିଲ୍ ହୋଇଥିଲେ ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ମହାନନ୍ଦ । ଚାଷୀଙ୍କୁ ଉଦ୍‌ବୋଧନ ଦେବା ବେଳେ ଶ୍ରୀ ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ ଚାଲିଥିଲା। ସରକାର ଚଳାଇବା ପାଇଁ ବିଜେଡି ପାଖରେ ପଇସା ନଥିଲା। ଓଡ଼ିଶାର ଗରିବ ଲୋକଙ୍କ ପଇସାରେ ଏ ସରକାର ଚାଲୁଥିଲା। ହେଲେ ୨୪ ବର୍ଷ ଭିତରେ ଖଣି ଖାଦାନ ଲୁଟ୍‌ କରି 5-T ମାଧ୍ୟମରେ ଶହଶହ କୋଟି ଟଙ୍କା ରଜକୋଷରୁ ନେଇଗଲେ । ବିଜେପି ସରକାର ପ୍ରତି ବିଭାଗରେ ତାହାର ହିସାବ କରାଯିବ। କେତେ ଟଙ୍କା ଏମାନେ ରାଜକୋଷରୁ ଉଠାଇଛନ୍ତି ଓ ଖର୍ଚ୍ଚ କରିଛନ୍ତି? ପିସିରୁ କେତେ ଟଙ୍କା ଲୁଟ୍‌ କରିଛନ୍ତି? ଖଣି ଖାଦାନର ସମ୍ପତ୍ତି କେତେ ଲୁଟ୍‌ କରିଛନ୍ତି? ସବୁ ହିସାବ କରାଯିବ । ଯେଉଁମାନେ ଦୋଷୀ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିଲେ ଜେଲ୍‌ ଯିବେ ।

ପ୍ରବଳ ଚାପ ପରେ ସକ୍ରିୟ ରାଜନୀତିରୁ ପାଣ୍ଡିଆନ୍‌ ସନ୍ନ୍ୟାସ ନେଇଛନ୍ତି, ହେଲେ ଯାଇପାରିବେ ନାହିଁ । ଭୟଭୀତ ଥିଲେ ବୋଲି ନିର୍ବାଚନ ସମୟରେ ସନ୍ନ୍ୟାସ ନେବେ ବୋଲି କହୁଥିଲେ । ସେମାନେ ଭାବୁଛନ୍ତି ସନ୍ନ୍ୟାସ ନେଇଗଲେ, ତାଙ୍କୁ କେହି ଦେଖିବେ ନାହିଁ। ସେମାନଙ୍କୁ ୨୪ ବର୍ଷର ହିସାବ ଦେବାକୁ ପଡ଼ିବ। ଓଡ଼ିଶା ଛାଡ଼ି ଯାଇପାରିବେ ନାହିଁ ।

ଏପଟେ ଅତାବିରା ଆରଏମସି ମାର୍କେଟ ୟାର୍ଡରେ କିପରି ଧାନ କିଣାବିକା ଚାଲିଛି ତା’ର ସ୍ଥିତି ସମୀକ୍ଷା କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ନିହାର ମହାନନ୍ଦ। ଏଥିସହ ଉଭୟ ନେତା ଚାଷୀଙ୍କ ସମସ୍ୟାକୁ ନେଇ ଅତାବିରା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡୋଲାମଣି ପୁରୋହିତଙ୍କ ସହ ଆଲାଚନା କରିଛନ୍ତି। ମଣ୍ଡିରେ ପଡ଼ି ରହିଥିବା ଧାନକୁ ଅତିଶୀଘ୍ର ଉଠାଇବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ପ୍ରଦୀପଙ୍କର ଏପରି ରୋକଠୋକ କଥା ଶୁଣି ବିଜେଡି ଶିବିରରେ ଛାନିଆ ।
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା